ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀ ଭୋଡାଫୋନ୍ ଆଇଡିଆ ତା’ର ବ୍ୟବହାରକାରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନେକ ସ୍ୱତନ୍ତ୍ର ଅଫର୍ ଆଣିଛି । ସ୍ୱଳ୍ପ ମୂଲ୍ୟର ଡାଟା ଯୋଜନା ଠାରୁ ଆରମ୍ଭ କରି କ୍ୟାସବ୍ୟାକ୍ ଅଫର୍ ପର୍ଯ୍ୟନ୍ତ ।ଆଉ ଏହି ଲକ ଡାଉନ ଭିତରେ କମ୍ପାନୀ ପୁଣିଥରେ ଉପଭୋକ୍ତାମାନଙ୍କ ପାଇଁ ଏକ ନୂଆ ଡାଟା ପ୍ୟାକ୍ ଆଣିଛି । ୨୫୧ ଟଙ୍କାର ଏହି ପ୍ୟାକରେ ଉପଭୋକ୍ତାମାନେ ୫୦ ଜିବି ପର୍ଯ୍ୟନ୍ତ ଡାଟା ପାଇପାରିବେ। କିନ୍ତୁ ଏହା କେବଳ ସିଲେକ୍ଟ ସର୍କଲରେ ଉପଲବ୍ଧ କରିଛି କମ୍ପାନୀ ।
ଭୋଡାଫୋନ୍ ଆଇଡିଆ ୨୫୧ ଟଙ୍କା ମୂଲ୍ୟର ଏକ ନୂତନ ଡାଟା ପ୍ୟାକ୍ ଲଞ୍ଚ କରିଛି ଏବଂ ଏହାର ସୂଚନା କମ୍ପାନୀର ଅଫିସିଆଲ୍ ୱେବସାଇଟରେ ଦିଆଯାଇଛି। ଏହି ଯୋଜନା ଅଧୀନରେ, ଉପଭୋକ୍ତାମାନେ ୫୦ ଜିବି ଡାଟା ପାଇପାରିବେ । ଯାହାର ବୈଧତା ୨୮ ଦିନ ରହିଛି ।
ଭୋଡାଫୋନ୍ ଆଇଡିଆ ଦ୍ୱାରା ଦିଆଯାଇଥିବା ଏହି ୨୫୧ ଟଙ୍କା ଡାଟା ପ୍ୟାକ୍ କେବଳ ସିଲେକ୍ଟ ସର୍କଲରେ ହିଁ ଏହାର ଲାଭ ପାଇପାରିବେ ଗ୍ରାହକ । ଏଥିରେ ମହାରାଷ୍ଟ୍ର, ଗୋଆ, ବିହାର, ହରିୟାଣା, ଓଡିଶା, ତାମିଲନାଡୁ, ୟୁପି , ଗୁଜୁରାଟ ଏବଂ କେରଳ ଅନ୍ତର୍ଭୁକ୍ତ। ଏହି ରାଜ୍ୟଗୁଡିକର ଉପଭୋକ୍ତାମାନେ ଏହି ଯୋଜନା ଅନ୍ତର୍ଗତ ୫୦ ଜିବି ପାଇପାରିବେ ।