ଉଭୟ କେନ୍ଦ୍ର ଏଵଂ ରାଜ୍ୟ ସରକାରଙ୍କର ଅନୁରୋଧକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ଗାଁ ଲୋକେ l ନିଜ ଗାଁ ଲୋକଙ୍କ ବ୍ୟତିତ ଅନ୍ୟ କାହାକୁ ବି ଗାଁ ଭିତରକୁ ପ୍ରବେଶ କରେଇ ଦେଉନାହାନ୍ତି l
ଆଉ ଯଦି ବି କେହି ଆସୁଛି ତେବେ ସେମାନଙ୍କୁ ନିଜର ହାତ ଭଲକରି ଧୋଇ ଗାଁ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଉଛନ୍ତି ଗ୍ରାମବାସୀ l ଖାଲି ଏତିକି ନୁହେଁ ଗାଁ ମୁଣ୍ଡରେ ରଖାଯାଇଛି ସାବୁନ, ସାନିଟାଇଜର, ପାଣି ବାଲ୍ଟି ଏବଂ ସଫା କପଡା l କଥା ହେଲେ ମଧ୍ୟ୍ୟ ନିଜ ନିଜ ମଧ୍ୟ୍ୟରେ ସାମାଜିକ ଦୂରତ୍ୱକୁ ମଧ୍ୟ୍ୟ ବଜାୟ ରଖୁଛନ୍ତି ଗ୍ରାମବାସୀ l
ସରକାରଙ୍କ ନିର୍ଧାରିତ ସମୟ ମଧ୍ୟରେ ପ୍ରତି ପରିବାରରୁ ଜଣେ ବଜାରକୁ ଯାଇ ଅତ୍ୟାବଶକୀୟ ସାମଗ୍ରୀ କିଣି ଆଣୁଛନ୍ତି l ଏଭଳି ଚିତ୍ର ଦେଖିବାକୁ ମିଳିଛି ଅନେକ ଗାଁରେ l ଆଉ ସେମାନେ ମଧ୍ୟ କହୁଛନ୍ତି ମହାମାରୀ ରୂପ ନେଇଥିବା କୋରନାକୁ ଦୃଢତାର ସହ ଆମେ ମୁକାବିଲା କରିବା l
ନିଜ ଓ ନିଜ ପରିବାରର ଲୋକଙ୍କ ହିତ ପାଇଁ ସରକାରଙ୍କ ଗାଇଡଲାଇନ ଓ ନିର୍ଦ୍ଧେଶକୁ ଅନୁପାଳନ କରିବା l ଆମେ କୋରନା ସହ ଲଢ଼ିବା l ଗାଁ ଲୋକଙ୍କର ଏଭଳି ଦୃଢ ବିଶ୍ୱାସ ସରକାରଙ୍କର ମନାବଳକୁ ଆହୁରି ବଢ଼ାଇ ଦେଇଛି l ସତରେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମ ସମସ୍ତଙ୍କୁ ସଚେତନ ହେବାର ଆଵଶ୍ୟକତା ରହିଛି l