କରୋନାକୁ ନେଇ ସବୁଠି ଲକ ଡାଉନ l କେହି ବାହାରକୁ ଯିବେନି କି ବାହାରୁ କେହି ଆସିବେନି l ୨୧ ଦିନ ପରିବାର ଲୋକଙ୍କ ସହ ଘରେ ରହିବାକୁ 24 ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ମୋଦି ଦେଶ ବାସୀଙ୍କୁ ହାତ ଯୋଡି ନିବେଦନ କଲେ l ସେଥିପାଇଁ ସମସ୍ତ ରାଜ୍ୟକୁ ୨୧ ଦିନ ପର୍ଯ୍ୟନ୍ତ ଲକ ଡାଉନ ବୋଲି ଘୋଷଣା କଲେ l
କରୋନା ଠାରୁ ମୁକ୍ତି ପାଇବାକୁ ହେଲେ ଏହା ହିଁ ଏକମାତ୍ର ଉପାୟ ବୋଲି ଜନସାଧାରଣଙ୍କୁ ବାର୍ତ୍ତା ମଧ୍ୟ୍ୟ ଦେଲେ l ତେବେ ମୋଦିଙ୍କ ଏଭଳି ନିଷ୍ପତ୍ତି ପରେ ଅନେକଙ୍କ ମୁଣ୍ଡରେ ଚଡ଼କ ପଡ଼ିଗଲା l ୨୧ ଦିନ କେମିତି ଘରେ ସମୟ କାଟିବେ, ଆଉ କଣ କରିବେ l ସେନେଇ ଚିନ୍ତାରେ ପଡିଗଲେ ସଭିଏଁ l ହେଲେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜ ଘରେ କିଏ କେମିତି ସମୟ ଅତିବାହିତ କରୁଛି ସେନେଇ ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି l ଆଉ ଏଥିରୁ ବାଦ ପଡ଼ିନାହାନ୍ତି ବଲିଓଡ଼ର ନାମିଦାମୀ ସେଲିବ୍ରେଟି l ଏବେ ସୋସିଆଲ ମିଡିଆରେ ବଲିଓଡ଼ ଅଭିନେତ୍ରୀ ଶିଳ୍ପା ଓ କ୍ୟାଟେରିନାଙ୍କ ଭିନ୍ନ ଅନ୍ଦାଜର ଭିଡିଓ ଭାଇରାଲ ହେଉଛି l
ଶିଳ୍ପା ହାତରେ ଝାଡୁ ଧରି ନିଜ ବଗିଚା ସଫା କରିବାରେ ଲାଗିଛନ୍ତି l ଯେଉଁ କାମ ଦିନେ ଅନ୍ୟ କେହି କରୁଥିଲା ସେ କାମକୁ ଆଜି ସେ ବେଶ ନିଖୁଣତାର ସହ କରୁଛନ୍ତି l ଝାଡୁ ମାରିବା ସହ ବଗିଚାରେ ଲାଗିଥିବା ଗଛରେ ମଧ୍ୟ୍ୟ ପାଣି ଦେଉଛନ୍ତି l ସେଇପରି ଚୁଲବୁଲି ନାୟିକା କ୍ୟାଟେରିନା ହାତରେ ବାସନମଜା ଧରି ବାସନ ମାଜୁଛନ୍ତି ଆଉ ତାଙ୍କ ସମର୍ଥକଙ୍କୁ ବାସନମାଜାର ଟିପ୍ସ ମଧ୍ୟ୍ୟ ଦେଉଛନ୍ତି l ତେବେ ଖାଲି ବାସନମଜ଼ା ନୁହେଁ l ହାତରେ ଝାଡୁ ଧରି ଅତି କୌତିକିଆ ଭାବେ ଘର ଝାଡୁ କରୁଛନ୍ତି କ୍ୟାଟେରିନା l ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି l ଯାହାକୁ ବେଶ ପସନ୍ଦ କରୁଛନ୍ତି ତାଙ୍କର ସମର୍ଥକ l