ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଗୁନାରେ ପ୍ରଶାସନର ଅଧିକାରୀମାନେ ଦଲିତ କୃଷକ ଦମ୍ପତିଙ୍କୁ ମାଡ ମରା ଘଟଣାକୁ ନେଇ ବିବାଦ ଦେଖାଦେଇଛି । ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଭିଡ଼ିଓଟି ଅତ୍ୟନ୍ତ ହୃଦୟ ବିଦାରକ କାରଣ ଗୋଟିଏ ପଟେ ପୋଲିସ ସ୍ୱାମୀ-ସ୍ତ୍ରୀଙ୍କୁ ମାଡ ମାରୁଥିବା ବେଳେ ଅନ୍ୟ ପଟେ ସେମାନଙ୍କ ପିଲାମାନେ କାନ୍ଦୁଛନ୍ତି ଏବଂ ପିତାମାତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ।
ବୁଧବାର ଭାଇରାଲ ହୋଇଥିବା ଏହି ଭିଡିଓ ଉପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅନୁସନ୍ଧାନ ପାଇଁ ନିର୍ଦ୍ଦେଶ ସହିତ ଜିଲ୍ଲାପାଳ ଏବଂ ଏସପିଙ୍କୁ ପଦବୀରୁ ହଟାଇ ଦିଆଯାଇଛି ।
हमारी लड़ाई इसी सोच और अन्याय के ख़िलाफ़ है। pic.twitter.com/egGjgY5Awm
— Rahul Gandhi (@RahulGandhi) July 16, 2020
ବୁଧବାର ଦିନ ଦଲିତ ଦମ୍ପତିଙ୍କୁ ମାଡ ମାରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଠାରେ ଜଣେ କୃଷକ ଦମ୍ପତିଙ୍କୁ ଅଧିକାରୀମାନେ ମିଳିମିଶି ମାଡ ମାରୁଛନ୍ତି ଏବଂ ସେମାନଙ୍କ ପିଲାମାନେ କାନ୍ଦୁଛନ୍ତି ଏବଂ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ପ୍ରଶାସନର ଏହି କାର୍ଯ୍ୟରେ ଅସୁବିଧାରେ ପଡ଼ି ଏହି ଦମ୍ପତି କୀଟନାଶକ ପିଇଥିଲେ ଏବଂ ବର୍ତ୍ତମାନ ଅବସ୍ଥା ଗୁରୁତର ହୋଇଛି ।
ବାସ୍ତବରେ ଏହି ଘଟଣା ମଙ୍ଗଳବାର କିନ୍ତୁ ଏହାର ଭିଡିଓ ବୁଧବାର ଭାଇରାଲ ହୋଇଛି । ଗୁନାରେ ମଡେଲ କଲେଜ ନିର୍ମାଣ ପାଇଁ ଜଗନପୁର ଅଞ୍ଚଳରେ ଜମି ଆବଣ୍ଟନ କରାଯାଇଥିଲା । ଏହି ବ୍ୟକ୍ତି ବହୁ ବର୍ଷ ଧରି ଏହି ଜମିରେ ରହିଆସୁଥିଲେ । ଉଚ୍ଛେଦ ପରେ ମଧ୍ୟ ଭୂମିରେ କଲେଜ ନିର୍ମାଣ ଆରମ୍ଭ ହୋଇନଥିଲା, କିନ୍ତୁ ଏଠାରେ ରାଜକୁମାର ଅହିରୱାର ନାମକ ଜଣେ ବ୍ୟକ୍ତି ଚାଷ ଆରମ୍ଭ କରିଥିଲେ ।
ମଙ୍ଗଳବାର ଦିନ ଗୁନା ସ୍ଥାନୀୟ ପ୍ରଶାସନର ସ୍କ୍ୱାଡ଼ ଆସି ଜେସିବି ସାହାଯ୍ୟରେ ରାଜକୁମାର ଅହିରୱାର କ୍ଷେତରେ ବୁଣାଯାଇଥିବା ଫସଲକୁ ନଷ୍ଟ କରିଥିଲେ । ଏସବୁ ଦେଖି ରାଜକୁମାର ପ୍ରଶାସନକୁ ନିବେଦନ କରିଥିଲେ କିନ୍ତୁ କାର୍ଯ୍ୟ ବନ୍ଦ ନହେବା ପରେ ସେ ପ୍ରଶାସନିକ ଦଳ ସାମ୍ନାରେ କୀଟନାଶକ ପିଇଥିଲେ। ସ୍ୱାମୀ କୀଟନାଶକ ପିଉଥିବାର ଦେଖି ପତ୍ନୀ ମଧ୍ୟ ସେହି ବୋତଲରୁ କୀଟନାଶକ ପିଇଥିଲେ । ଏହା ସତ୍ତ୍ୱେ ପ୍ରଶାସନ ଏହି ଦମ୍ପତିଙ୍କୁ ମାଡ଼ ମାରିଥିଲେ ।