ଉତ୍ତରପ୍ରଦେଶ: ଜଣେ ୧୧ ବର୍ଷର ବାଳକ ୟୁପିର ବାରାଣାସୀରୁ ବିହାରର ଆରାରିଆକୁ ଏକ ରିକ୍ସାରେ ବାହାରିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଭିଡିଓ ଦେଖିବାକୁ ମିଳୁଛି ଯେ , ଯେ କାରରେ ଥିବା କିଛି ଲୋକ ତାଙ୍କ ପିତାମାତାଙ୍କୁ ରିକ୍ସା ଉପରେ ବୋହି ନେଉଥିବା ପିଲାର ଭିଡିଓ ସୁଟ କରୁଛନ୍ତି । ଭିଡିଓରେ ପିଲାଟି ଏକ ରିକ୍ସା ଟାଣୁଥିବା ଦେଖିବାକୁ ମିଳିଛି । ଏହା ପରେ କାର ଚାଳକମାନେ କାରରୁ ଓହ୍ଲାଇ ପିଲାଙ୍କ ସହ କଥା ହୋଇ ତାଙ୍କ ନାମ ମଧ୍ୟ ପଚାରୁଛନ୍ତି ।
ଭିଡିଓରେ ପିଲାଟି ତବାରେ ଆଲାମ ବୋଲି କହୁଛନ୍ତି । କେବଳ ଏତିକି ନୁହେଁ, ସେମାନେ ପିଲାଟିକୁ ଆଜିର ‘ଶ୍ରବଣ କୁମାର’ ସହିତ ତୁଳନା କରନ୍ତି । ପିଲାଟି କହିଛି ଯେ ସମସ୍ତେ ବାରାଣାସୀରେ କାମ କରୁଥିଲେ । ହେଲେ ଲକ ଡାଉନ ଯୋଗୁଁ କାମ ଧନ୍ଦା ବନ୍ଦ ହୋଇଗଲା । ଫଳରେ ପୁରା ପରିବାର ରିକ୍ସା ସାହାଯ୍ୟରେ ନିଜ ଗାଁ ବିହାରର ଆରାରିଆକୁ ଯାଉଛୁ । ପିଲାଟିର କଥା ଶୁଣିବା ପରେ ଭିଡିଓ ସୁଟ କରୁଥିବା ଲୋକେ ସାହାଯ୍ୟ କରିବା ପାଇଁ ୫୦୦ ଟଙ୍କା ମଧ୍ୟ ଦେଇଛନ୍ତି ।
ଭିଡିଓ ନିର୍ମାତାମାନେ ସୋସିଆଲ ମିଡିଆରେ ପୁରା ଭିଡିଓ ଅପଲୋଡ୍ କରିଛନ୍ତି । ଯାହା ପରେ ଭିଡିଓ ବହୁ ଶୀଘ୍ର ଭାଇରାଲ ହୋଇ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି । ଯାହା ପରେ ଲୋକମାନେ ପିଲାଟିକୁ କଳିଯୁଗର ଶ୍ରବଣ କୁମାର ସହିତ ତୁଳନା କରିବା ସହ ଶିଶୁର ମନୋବଳକୁ ନମସ୍କାର କରୁଛନ୍ତି ।